ସଇଁତଲାରେ ବ୍ଲକସ୍ତରୀୟ ଖାଦ୍ୟ ପ୍ରତିଯୋଗିତା

ସଇଁତଲା, (ଖୁସିରାନି ସାହୁ) : ଦିନକୁ ଦିନ ଲୁଚି ଯାଉଥିବା ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ପ୍ରସାର ପ୍ରଚାର କରିବା ପାଇଁ ରାଜ୍ୟ ସରକାରଙ୍କ ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ଆଜି ସଇଁତଲା କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ମୁଖ ଅତିଥି ଭାବେ ଯୋଗଦେଇ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ସିଡିପିଓ ଗୋଲାପୀ ନାଏକ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ସାମିଲ ହୋଇ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ । ଯାହାକୁ ନେଇ ମିଶନ ଶକ୍ତି ମହିଳାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଦେଇଥିବା ବେଳେ ମହିଳାମାନଙ୍କୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଉଥିବା ସହ ଏଭଳି ପ୍ରତିଯୋଗିତା କରି ଥିବାରୁ ମହିଳାମାନେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Leave A Reply

Your email address will not be published.