oom

ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ସହାୟତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଏବଂ ସାଂସ୍କୃତିକ ପ୍ରତିଯୋଗିତାର ତୃତୀୟ ଦିବସର କାର୍ଯ୍ୟକ୍ରମରେ ଓଡିଆ ଏବଂ ଇଂରାଜୀ ବାକ୍ତୃତା ପ୍ରତିଯୋଗିତା, ତର୍କ ପ୍ରତିଯୋଗିତାର ୧ମ ରାଉଣ୍ଡ, ଇଂରାଜୀ ରଚନା ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଇଂରାଜୀ ବାକ୍ତୃତାରେ ମୋଟ ୧୬ ଟି ବିଶ୍ୱବିଦ୍ୟାଳୟର ୩୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ଓଡିଆ ବାକ୍ତୃତାରେ ୩୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ସେହିଭଳି ଇଂରାଜୀ ତର୍କରେ ୧୧ ଜଣ ଓ ଇଂରାଜୀ ରଚନା ଲିଖନରେ ୧୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଭାବାନ ଛାତ୍ରଛାତ୍ରୀ ବିଚାରକ ମଣ୍ଡଳୀଙ୍କ ଗହଣରେ ନିଜନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ଵବିଦ୍ୟାଳୟର ପ୍ରତିନିଧିତ୍ଵ କରୁଥିବା ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କୁଳସଚିବ ସଚିଦାନନ୍ଦ ନାୟକ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗଦେଇ ଉତ୍ସାହିତ କରିଥିଲେ । ଏହି ଅବସରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଓ ଇଂରାଜୀ ପତ୍ରିକା ଉନ୍ମୋଚିତ ହୋଇଥିଲା । ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ଓଡିଶାର ୧୭ଟି ବିଶ୍ୱବିଦ୍ୟାଳୟରୁ ୫୦୩ ଜଣ ଛାତ୍ରଛାତ୍ରୀ ପ୍ରତିନିଧିତ୍ୱ କରିଛନ୍ତି ।

jittmm
Leave A Reply

Your email address will not be published.