oom

ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗୃହ ପରିଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ଲାର୍ନିଙ୍ଗ ଏଟ୍‌ ଡୋର ଷ୍ଟେପ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବଶ୍ରୀ ଭୋଇ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଚିମିନିଭାଟି ପଡା ଓ ବିଭୁତିପଡାର ଛାତ୍ରମାନଙ୍କ ଘରକୁ ଯାଇ ପିଲାମାନେ ଛୁଟି ସମୟରେ ଦିଆଯାଇଥିବା ଗୃହ କାର୍ଯ୍ୟକୁ ଠିକ୍‌ ଭାବରେ କରୁଛନ୍ତି କି ନାହିଁ ତଦାରଖ କରୁଥିଲେ । ସେ ଛାତ୍ରମାନଙ୍କୁ ତଥା ତାଙ୍କ ପିତାମାତାମାନଙ୍କୁ ଗ୍ରୀଷ୍ମ ଛୁଟି ସମୟର ସଦୁପଯୋଗ କିଭଳି ଭାବରେ କରିବେ ଶିକ୍ଷା ଦେଇଥିଲେ । ତାଙ୍କ ସହିତ ଏଥିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିକାଶ ରଂଜନ ସାହୁ ତଥା ଅନ୍ୟ ଶିକ୍ଷକ ଶିକ୍ଷିକାମାନେ ଉପସ୍ଥିତ ଥିଲେ ଏବଂ ଛାତ୍ରମାନଙ୍କୁ ଗୃହ କାର୍ଯ୍ୟ କରିବାରେ ସହାୟତା କରିଥିଲେ । ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ଏହି ପଦକ୍ଷେପକୁ ପିତାମାତା ତଥା ଅଭିଭାବକମାନଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ତଥା ସାଧୁବାଦ ପ୍ରଦାନ କରଯାଇଥିଲେ ।

jittmm
Leave A Reply

Your email address will not be published.