ଖପ୍ରାଖୋଲ ବ୍ଲକରେ ଦ୍ୱିତୀୟ ଦିନରେ ୧୭୭ ଫର୍ମ ନେଲେ, ୫୧ଜଣ ପ୍ରାର୍ଥିପତ୍ର ଦାଖଲ କଲେ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକରେ ଦ୍ୱିତୀୟ ଦିନରେ ସମୁଦାୟ ୧୭୭ଟି ଫର୍ମ ନେଇଥିବା ବେଳେ ତନ୍ମଧ୍ୟରୁ ୫୧ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବ୍ଲକର ସମସ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥି ପାଇଁ ୪୩ଟି ଫର୍ମ ବିକ୍ରି ହୋଇଥିବା ବେଳେ ୯ଜଣ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୱାର୍ଡସଭ୍ୟ ପାଇଁ ୮୭ଟି ଫର୍ମ ବିକ୍ରି ହୋଇଛି ଏବଂ ୪୦ଜଣ ମନୋନୟନ ପତ୍ର ଦାଖଲ କରିଛନ୍ତି । ସମିତି ସଭ୍ୟ ପ୍ରାଥିୀ ପାଇଁ ନେଇଥିବା ୪୭ଟି ଫର୍ମରୁ ମାତ୍ର ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜିପିଇଓ ସୁଶାନ୍ତ କୁମାର ପାଣି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.