ଭୁବନେଶ୍ୱର, (କେପିଏନ୍ଏସ୍) : ନାମାଙ୍କନ ପତ୍ର ଯାଞ୍ଚ ପ୍ରକିୟା ପରେ ରାଜ୍ୟରେ ସମୁଦାୟ ୮ହଜାର ୪୪୮ଟି ନାମାଙ୍କନ ପତ୍ର ନାକଜ ହୋଇଛି । ୱାର୍ଡ ମେମ୍ବର ପଦବୀ ପାଇଁ ୫୫୪୪, ସରପଞ୍ଚ ପଦବୀର ସରପଞ୍ଚ ପଦବୀର ୧୭୫୩, ପଞ୍ଚାୟତ ସମିତି ସଭ୍ୟ ପଦବୀର ୧୧୧୯ ଓ ଜିଲ୍ଲା ପରିଷଦ ସଭ୍ୟ ପଦବୀର ୨୩୨ଟି ନାମାଙ୍କନ ପତ୍ର ନାକଜ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ୧୫୬୭୫୩ଟି ୱାର୍ଡ ମେମ୍ବର ପ୍ରାର୍ଥୀ ପତ୍ର ଓ ୩୨୮୬୦ଟି ସରପଞ୍ଚ ନାମାଙ୍କନ ପତ୍ର ବୈଧ ରହିଥିବା ବେଳେ ୨୭୦୩୪ଟି ପଞ୍ଚାୟତ ସମିତି ସଭ୍ୟ ଓ ୩୭୬୭ଟି ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ପତ୍ର କାୟମ ରହିଛି ।