om academy

ଡେଲାଙ୍ଗ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବମୋଟ ୮୪୬ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଦିବସରେ ଡେଲାଙ୍ଗ ବ୍ଲକରେ ୩୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଅର୍ଥାତ ଆଜି ୱାର୍ଡ ସଭ୍ୟ ପାଇଁ ୨୨୦ ଜଣ, ସରପଞ୍ଚ ୪୭ ଜଣ ଓ ସମିତିସଭ୍ୟ ପାଇଁ ୪୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତରୁ ଆଜି ସୁଦ୍ଧା ପ୍ରାପ୍ୟ ସୂଚନାରୁ ସର୍ବମୋଟ ୮୪୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ୱାର୍ଡ ସଭ୍ୟ ପାଇଁ ୬୩୩, ସରପଞ୍ଚ ପାଇଁ ୧୨୮ ଓ ସମିତିସଭ୍ୟ ପାଇଁ ୮୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.