om academy

ପ୍ରାର୍ଥୀପତ୍ର ଯାଂଚ ସରିଲା ପ୍ରତ୍ୟାହାର ପାଇଁ ଉଦ୍ୟମ ଆରମ୍ଭ

jsm

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବର୍ତ୍ତମାନ ଗ୍ରାମାଞ୍ଚଳ ସରଗରମ ହେବାରେ ଲାଗିଛି । ପ୍ରାର୍ଥୀପତ୍ର ଯାଂଚପରେ ଏବେ କିଛିଲୋକ, କିଛି ପ୍ରଭାବଶାଳୀ ପ୍ରାର୍ଥୀ ଅନ୍ୟ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଉକ୍ତ ବ୍ଲକରେ ବିଶେଷକରି କଂଗ୍ରେସ ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ପୂର୍ବ ଅନୁମାନ କରାଯାଉଛି । ନିର୍ବାଚନ ପ୍ରଚାର କିଭଳି ପରିଚାଳନା କରାଯିବ ଓ କିଛି ପ୍ରାର୍ଥୀମାନଙ୍କୁ ପ୍ରତ୍ୟାହାର ପାଇଁ କିଭଳି ପ୍ରଭାବିତ କରାଯିବ ସେ ସଂପର୍କରେ ରଣନୀତି ପ୍ରସ୍ତୁତ ହେଉଥିବା ଲକ୍ଷ କରାଯାଇଛି । ବିଭିନ୍ନ ସ୍ଥାନ ମାନଙ୍କରେ ମଦ, ମାଂସ ଭୋଜିର ଆୟୋଜନ ମଧ୍ୟ ଏବେଠାରୁ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.