
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲାରେ ଚଳିତ ୨୦୨୪-୨୫ ରବି ଋତୁରେ ୪୬ ଗୋଟି ସୋସାଇଟୀ ମାଧ୍ୟମରେ ୧୨୮୫୬ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୨୭୧୮ ଚାଷୀଙ୍କଠାରୁ ୭.୪୦ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ଏବଂ ଚାଷୀଙ୍କୁ ମୂଲ୍ୟ ବାବଦରେ ୨୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଚଳିତ ବର୍ଷ ଧାନ କିଣା ପ୍ରକ୍ରିୟାରେ ଜିଲ୍ଲାର ୨୪ ଗୋଟି ମିଲର୍ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥାଉ କି, ଗତ ୨୦୨୩ -୨୪ ରବି ଋତୁରେ ଧାନ ବିକ୍ରି ପାଇଁ ୧୦୩୨୧ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ଏବଂ ୯୦୪୩ ଜଣ ଚାଷୀଙ୍କ ଠାରୁ ୪.୮୬ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରଯାଇଥିଲା । ଗତ ଖରିଫ୍ ୨୦୨୪-୨୫ ରୁତୁରେ ୪୪୩୮୫ ଜଣ ଚାଷୀଙ୍କଠାରୁ ୨୨.୯୦ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରି ନୂଆପଡ଼ା ଜିଲ୍ଲା କିର୍ତିମାନ ସ୍ଥାପନ କରିଥିଲା । ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧାରିତ ଧାର୍ଯ୍ୟ ଲକ୍ଷ ଏବଂ ଲକ୍ଷ ସାଧନ ହାରରେ ନୂଆପଡ଼ା ଜିଲ୍ଲା, ଓଡ଼ିଶାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ କରିଥିଲେ।ସମବାୟ ବିଭାଗର ଅଧିକାରୀ, ଯୋଗାଣ ବିଭାଗର କର୍ମକର୍ତ୍ତା , ଆର ଏମ ସି ଓ ମିଲର୍ ମାନଙ୍କ ପକ୍ଷରୁ କୃଷକ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର କୃଷକ ମାନେ ଧାନ ବିକ୍ରି ସମୟରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ଘନ ଘନ ମଣ୍ଡି ଗସ୍ତ କରୁଥିଲେ କ୍ଷ ଡି ଆର ସି ଏସ,ଏ ଆର ସି ଏସ , ସି ଏସ ଓ,ଆର୍ ଏମ୍ ସି ସମ୍ପାଦକ ଓ ଅନ୍ୟ କର୍ମଚାରୀ ମାନଙ୍କ କାର୍ୟ୍ୟାବଳୀ ବାରମ୍ବାର ସମୀକ୍ଷା କରୁଥିଲେ। ସମସ୍ତ ମଣ୍ଡିରେ ବିଦ୍ୟୁତ୍ ସଂଯୋଗ ଓ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ କ୍ଷ ଶାନ୍ତି ଶୃଙ୍ଖଳାରେ ଧାନ କ୍ରୟ ସରିଥିବାରୁ ଜିଲ୍ଲାପାଳ ସଂପୃକ୍ତ ସମସ୍ତ ଅଧିକାରୀ , କୃଷକ ସୋସାଇଟିର କର୍ମକର୍ତ୍ତା, ପରିଚାଳନା ପରିଷଦଏଵଂ ମିଲର୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ଷ