ପର୍ଶୁରାମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ

ନୂଆପଡା, (ନିରାକାର ମେହେର) : ଗୋଡାଳ ବ୍ରାହ୍ମଣ ମହାସଭା ଦ୍ୱାରା ଗୋଡାଳଠାରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ପର୍ଶୁରାମଙ୍କ ରଥ ଗାଁ ପରିକ୍ରମା କରିଥିଲା । ଏଥିରେ ଗାଁର ସମସ୍ତ ବ୍ରାହ୍ମଣ ପରିବାର ସଦସ୍ୟ ଓ ବିଭିନ୍ନ ଗାଁରୁ ଆସିଥିବା ବ୍ରାହ୍ମଣ ଦେବତା ମାନେ ସାମିଲ ହୋଇଥିଲେ । ପର୍ଶୁରାମ ଭଗବାନଙ୍କର ପୂଜା ଆରାଧନା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାର ସଭାପତି ଭାବରେ ବ୍ଲକ ବ୍ରାହ୍ମଣ ସମାଜର ସଂପାଦକ ଅଶ୍ୱିନୀ କୁମାର ଯୋଷୀ ଦାୟିତ୍ୱ ତୁଲାଇଥିଲେ । ସମ୍ମାନୀତ ଅତିଥି ଭାବେ ନନ୍ଦ କୁମାର ପାତ୍ର, ମହାବୀର ଯୋଷୀ, ସୁବ୍ରତ କୁମାର ଠାକୁର, ସଂଜୟ ବେହେରା, ମହାବୀର ମିଶ୍ର, ଅରିଗଂଜନ ଯୋଷୀ ଯୋଗ ଦେଇଥିଲେ । ସଭା କାର୍ଯ୍ୟକୁ ରବିନ୍ଦ୍ର କୁମାର ଯୋଷୀ ସଂଯୋଜନା କରିଥିଲେ । ବିଜୟ କୁମାର ଯୋଷୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅତୁଲ କୁମାର ପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ମାନେ ସଂଗଠନର ସୁଦୃଢତା ପାଇଁ ମତ ରଖିଥିଲେ । ଅଜିତ କୁମାର ଯୋଷୀ କାପସି (ସିନାପାଲି )ଠାରେ ପର୍ଶୁରାମ ଭବନ ନିର୍ମାଣ ପାଇ ଜମି ଦାନ ପାଇଁ ଘୋଷଣା କରିଥିଲେ । ପରିଶେଷରେ କୁମୁଦ ବନ୍ଧୁ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ଅତି ଉଚ୍ଚକୋଟୀର ଓ ଶୃଙ୍ଖଳିତ ଭାବରେ ସମାପିତ ହୋଇଥିଲା । ଆଗାମୀ ୧୫ ତାରିଖ ଦିନ ସ୍ଥାନୀୟ ଉଗ୍ରଶେନ ଭବନରେ ମଣ୍ଡଳ ସ୍ତରୀୟ କାର୍ଯ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା ।

Leave A Reply

Your email address will not be published.