jayashree

ସିନ୍ଧେକେଲା ସେବା ସମବାୟ ସମିତି ଲିଂ ଚାଷୀଙ୍କୁ ଠିକ୍‌ ସମୟରେ ଋଣ ଅର୍ଥ ଆଦାୟ ସୂଚନା ନଦେବାରୁ ଚାଷୀ ବାଧ୍ୟ ହୋଇ ଅଧିକ ସୁଧ ପରିଶୋଧ କରୁଛି

ବାଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲାର ଚାଷି ମକୁନ୍ଦ ଥନାପତି ଓ ସେବେନ୍ଦ୍ର ଦଲାଇ ଚଳିତ ୨୦୨୪ ଖରିପ ଋତୁ ଆର୍ଥିକ ବର୍ଷରେ ଠିକ୍‌ ସମୟ ଅନୁଯାଇ ଋଣ ପ୍ରତିଶୋଧ ସୂଚନା ନପାଇ କୃଷି ଋଣ ସୁଝିବାରେ ବାଧ୍ୟ ହୋଇଛନ୍ତି ଦୁଇ ଚାଷୀ ଏଭଳି ଏକ ଅଭିଯୋଗ ଆସିଛି ସିନ୍ଧେକେଲାରୁ ସୂଚନା ଯୋଗ୍ୟ ଯେ, ସିନ୍ଧେକେଲା ସେବା ସମବାୟ ସମିତି ଲିଂ ଠାରୁ ପ୍ରତି ବର୍ଷ ଋଣ ଟଙ୍କା ନିୟମିତ ନେବାଦେବା କରି ଆସୁଥିଲେ ହେଲେ ବିଭାଗ ପକ୍ଷରୁ ୨୦୨୪ ଖରିଫ ଋତୁ ଚଳିତ ବର୍ଷରେ ଅନ୍ୟ ଋଣୀ ଚାଷୀ ମାନଙ୍କୁ ଋଣ ଟଙ୍କା ଦେଇ ପୁନର୍ବାର ଋଣ ନେବାକୁ କହୁଥିଲେ ମକୁନ୍ଦ ଥନାପତି ଅନେଶ୍ୱତ ହଜାର ଓସେବେନ୍ଦ୍ର ଦଳାଇ ଲକ୍ଷେ ଟଙ୍କା ଥିବା ଚାଷୀଙ୍କୁ ପରାମର୍ଶ ନଦେବାରୁ ଠିକ୍‌ ସମୟରେ ଋଣ ସୁଜି ଟଙ୍କା ଉଠାଣ ପାଇଁ କହିବାରୁ ସମିତି ସମ୍ପାଦକ ଘାସି ରଣା କହିଥିଲେ ତୁମେ ଡିଫଲ୍‌ଡର୍‌ ଲିଟିରେ ଚାଳିଯାଇଛି । ତୁମେ ୭%ସୁଧ ଦେବାକୁ ବାଧ୍ୟ ବୋଲି କହିଥିବାରୁ ଚାଷୀ ମାନେ ନିରାଶ ହୋଇ ସାତ ହଜାର ଟଙ୍କା ଦେବାକୁ ପଡିଛି ତେବେ ଚାଷୀ ସେବେନ୍ଦ୍ର ଦଲାଇ ଓ ମକୁନ୍ଦ ଥନାପତି କହିଛନ୍ତି ବିଭାଗର ଅପାରଗତା ଯୋଗୁ ଆମେ ଏଭଳି ପରିସ୍ଥିତି ଭୋଗି ବାକୁ ପଡିଛି ଋଣ ପ୍ରତିଶୋଧ ତାରିଖ ୧୬ ଜୁନରେ ଥିବାବେଳେ ୨୬ ଜୁନରେ ଚାଷୀଙ୍କୁ ସୂଚନା ଦିଆଯାଇଛି ଯେଉଁ ଚାଷୀଙ୍କର ୬୦ରୁ ୭୦ ହଜାର ଟଙ୍କା ଋଣ ôଥବ ସେହି ଚାଷୀ ମାନଙ୍କୁ ଠିକ୍‌ ସମୟରେ ସୂଚନା ଦିଆଯାଉଛି ଏବଂ ଋଣ ଅଧିକ ନେବା ପାଇଁ କୁହାଯାଉଛି କାହିଁକି ନା ଏହି ଚାଷୀଙ୍କର ଋଣ ବଢ଼ାଇଲେ ସମବାୟ କର୍ମଚାରୀ ମାନଙ୍କୁ ଲାଭ ଅଛି ତାହାର ଫାଇଦା ଉଠାଇବାରେ ବ୍ୟସ୍ତ ଅଛନ୍ତି । ସରକାରଙ୍କ ନିୟମ ଅନୁସାରେ ଏକ ଲକ୍ଷ ଟଙ୍କା ଋଣ ଭିତରେ କୌଣସି ଚାଷୀମାନେ ସୁଧ ଭରିବେ ନାହିଁ ବୋଲି ନିୟମ ଅଛି ହେଲେ କଣ ପାଇଁ ସମୟ ଅନୁସାରେ ଚାଷିଙ୍କୁ ସମବାୟ ଅଧିକାରୀ ଋଣ ପ୍ରତିଶୋଧ ପାଇଁ ସୂଚନା ଦେଉ ନାହାନ୍ତି ଓ ଋଣ ପରିଶୋଧ କରିବା କହୁଛନ୍ତି ଏହାର ତଦନ୍ତ ହେବା ଆବଶ୍ୟକ ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଚାଷୀ ସେବେନ୍ଦ୍ର ଓ ମକୁନ୍ଦ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.