ଦୀର୍ଘ ବର୍ଷର ପରିଶ୍ରମର ଫଳ ପାଇଲେ ଭାନୁପ୍ରତାପ : ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଦୀର୍ଘ ୩୦/୩୫ ବର୍ଷ ଧରି ରାଇଫଲ ଚାଳନା ପ୍ରତିଯୋଗିତା ପାଇଁ ଅଭ୍ୟାସ କରିବା ସହ ବିଭନ୍ନ ସମୟରେ ବିଫଳ ହୋଇ ଶେଷରେ ସଫଳତାର ସ୍ୱାଦ ଚାଖିଲେ ଭାନୁପ୍ରତାପ ଭଞ୍ଜଦେଓ । ତାଳଚେର ଠାରେ ଅନୁଷ୍ଠିତ ଅନୁଗୁଳ ଜିଲ୍ଲା ରାଇଫଲ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୦ ତମ ବାର୍ଷିକ ସୁଟିଂ ପ୍ରତିଯୋଗିତାରେ ଭେଟେରାନ ବର୍ଗରେ ଅଂଶଗ୍ରହଣ କରି ଭାନୁପ୍ରତାପ ୬୫ ବର୍ଷ ବୟସରେ ପ୍ରଥମ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ ନିଜ କାର୍ଯ୍ୟାଳୟରେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ସହ ସମ୍ପାଦକ ଅମ୍ବିକା ରାଉତ ଉପସ୍ଥିତ ଥିଲେ । ଶ୍ରୀ ଭଞ୍ଜଦେଓଙ୍କ ଏହି ସଫଳତାର କାହାଣୀ ଆଗାମୀ ଦିନରେ ଯୁବପିଢ଼ିଙ୍କୁ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.