ମତଦାନ କଲେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମତଦାନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗିର ସହରର ସୁଦ୍‌ପଡ଼ା ବୁଥ୍‌ ନଂ.୨୨୭ରେ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଶ୍ରୀମତୀ ସାହୁ । ବଲାଙ୍ଗିରବାସୀ ବିକାଶ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଛନ୍ତି ବୋଲି ସେ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାକୁ ବିକଶିତ କରିବା ଦିଗରେ ବିଶେଷ ପଦକ୍ଷେପ ରହିଥିବା ସେ କହିଛନ୍ତି । ଯେଉଁ ଦଳ ଦ୍ୱାରା ବିକାଶ କାମ ତ୍ୱରାନ୍ୱିତ ହୋଇ ପାରିଛି, ସେହି ଦଳକୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସେ ବଲାଙ୍ଗିରବାସୀଙ୍କୁ ନିବେଦନ କରିଛନ୍ତି । ବଲାଙ୍ଗିରର ବିକାଶ ସହ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ସପକ୍ଷରେ ବଲାଙ୍ଗିରବାସୀ ନିଶ୍ଚୟ ମତଦାନ କରି କଳିକେଶ ନାରାୟଣ ସିଂହଦେଓଙ୍କୁ ଜୟଯୁକ୍ତ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.