ଶିବରାତ୍ରି ପାଳନ ପାଇଁ ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି : ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ମହାଶିବରାତ୍ରି ଉତ୍ସବ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳନ ହେବ ସେ ନେଇ ମାଲ୍ୟବନ୍ତ ପର୍ବତ ଶିଖରରେ ଥିବା ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ବିଶାଳ ସିଂ । ଓଡ଼ିଶାର ଦ୍ଵତୀୟ କପିଳାସ ମନ୍ଦିର ଭାବେ ମାଲକାନଗିରି ଜିଲ୍ଲା ସଦର ମହକୁମା ମାଲ୍ୟବନ୍ତ ପର୍ବତ ଶିଖରେ ଥିବା ମଲିକେଶ୍ଵର ମହାଦେବ । ଏଠାରେ କେଉଁଆବହନ କାଳରୁ ପ୍ରାୟ ୫ଫୁଟ ଉଚ୍ଚର ପ୍ରାକୃତିକ ପଥରର ଶିବ ଲିଙ୍ଗ ଆବ୍ରିଭାବ ହୋଇଛି । ପ୍ରଶାସନ ପକ୍ଷରୁ ପର୍ବତ ଶିଖର ମନ୍ଦିରକୁ ଯିବା ପାଇଁ ପାହାଚ, ପାନୀୟ ଜଳ, ବିଶ୍ରାମ ଗୃହ ନିର୍ମାଣ କରାଯାଇଛି । ଚଳିତବର୍ଷ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରି ଜିଲ୍ଲାପାଳ ସେଠାକୁ ଯାଇ ସ୍ଥିତି ପରଖିବା ସହିତ ପୂଜା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ପିଏ ଆଇଟିଡିଏ ତ୍ରିନାଥ ମାଝୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଶିବରାତ୍ର ଉତ୍ସବ ସୁଚାରୁ ଭାବେ ପାଳନ କରିବା ପାଇଁ ପୀଠ ନିକଟରେ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.