
ଜୟପାଟଣା, (ଶେଷଦେବ ବେହେରା) : ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ୨୮ଟି ଏନ୍ଏସି ସାତ ଗୋଟି ମ୍ୟୁନିସିପାଲଟି ଓ ଗୋଟିଏ କର୍ପୋରେସନ ଘୋଷଣା ଅବସରରେ ବହୁ ପ୍ରତିକ୍ଷିତ ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସ୍ଵାଧୀନତାର ବହୁ ପୂର୍ବରୁ ବିକାଶକୁ ନିକଟରୁ ଦେଖି ଆସିଥିବା ସହର ବିଗତ ୨୪ବର୍ଷ ମଧ୍ୟରେ ସମସ୍ତ ପ୍ରକାର ଯୋଗ୍ୟତା ଥାଇ ମଧ୍ୟ ଅଣଦେଖା ହୋଇ ଆସୁଥିଲା । କିଛି ଦିନ ପୂର୍ବେ ଏଠିକାର କିଛି ବୁଦ୍ଧିଜୀବିଙ୍କ ଅନୁରୋଧକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିନିଧି ମଣ୍ଡଳଙ୍କୁ ନିର୍ଭର ପ୍ରତିଶ୍ରୁତି ସହ ଏନ୍ଏସି ଘୋଷଣାକୁ ନେଇ ସବୁଜ ସଂକେତ ଦେଇଥିଲେ । ଜୟପାଟଣାକୁ ଆଜିର ଘୋଷଣାନାମାରେ ସାମିଲ କଲା ପରେ ୧୬ଜନସଂଖ୍ୟା ବିଶିଷ୍ଟ ସମଗ୍ର ଜୟପାଟଣା ପଞ୍ଚାୟତରେ ଖୁସିର ଲହର ଦେଖିବାକୁ ମିଳିଛି । ଏହି ନୂତନ ଘୋଷଣାରେ ଜୟପାଟଣା ସମେତ ଚିର୍କା, ଖାଇର୍ମାଲ ଓ ଚାଞ୍ଚରା ପଡ଼ାକୁ ସାମିଲ କରାଯାଇଥିବା ସୂଚନା ମିଳିଛି । ଉଦ୍ୟମର ସାରଥି ସାଜି ଥିବା ପୂର୍ବତନ ବିରୋଧି ଦଳ ନେତା, ପ୍ରଦୀପ୍ତ କୁମାର ନାଏକଙ୍କ ସମେତ ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ, ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଏକ ବିଶାଳ ସମାବେଶ ମଧ୍ୟରେ ଜନ ସାଧାରଣଙ୍କ ତରଫରୁ କୃତଜ୍ଞତା ଜଣାଯାଇଛି ।