ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଦ୍ୱାରା ନୂତନ ଅଭିଯାନ ଯାହାକି ୱାର୍ଡରେ ପୌର ପ୍ରଶାସନ କିଛିଦିନ ହେଲା ଆରମ୍ଭ କରିଛି । ପ୍ରତ୍ୟେକ ସପ୍ତାହରେ ଯେକୌଣସି ୱାର୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ବୁଧବାର ଟିଟିଲାଗଡ ପୌର ପରିଷଦ ପକ୍ଷରୁ ୱାର୍ଡ ନଂ – ୩ଠାରେ ଜଣଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସିଥିବା ପଡ଼ାବାସୀ ତାଙ୍କର ଅସୁବିଧା ବିଷୟରେ ଅବଗତ କରାଇଥିଲେ । ତେବେ ସମସ୍ତଙ୍କ ଅଭିଯୋଗ ଗଭୀରତାର ସହିତ ଶୁଣି ଶୀଘ୍ର ସମାଧାନ କରିବା ପାଇଁ ପ୍ରୟାସ କରିବୁ ବୋଲି ଆଶ୍ଵାସନା ଦେଇଥିଲେ । ସମସ୍ତ ୱାର୍ଡର ବିକାଶ ହିଁ ଆମର ପ୍ରଥମ ଲକ୍ଷ୍ୟ ବୋଲି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ କହିଛନ୍ତି ।
Prev Post