କେବେ ସୁଧୁରିବ ସଇଁନ୍ତଲାର ପରିମଳ ବ୍ୟବସ୍ଥା : ନାମକୁ ମାତ୍ର ସ୍ୱଚ୍ଛ ଭାରତ ମିଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଁ ଠାରୁ ସହରକୁ ସ୍ୱଚ୍ଛତା ଆଣିବା ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଏବେ ସଇଁନ୍ତଲା ସହରରେ ପ୍ରତ୍ୟେକ ପଡ଼ାରେ କୁଢ଼ କୁଢ଼ ଆବର୍ଜନା ପଡିରହିଛି । ଅନେକ ସ୍ଥାନର ଡ୍ରେନରେ ଅଳିଆ ଆବର୍ଜନା ଭରପୁର ରହୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଦିନ ପରିମଳ ବ୍ୟବସ୍ଥା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ଜଣାପଡିଛି ହେଲେ ନାମକୁ ମାତ୍ର ଯେଉଁ ପଡାକୁ ଗଲେ ଦୁର୍ଗନ୍ଧରେ ନାକ ଫାଟୁଛି । କିନ୍ତୁ ପ୍ରଶାସନର ଦୃଷ୍ଟି ମଧ୍ୟ ପଡୁନାହିଁ । ଅନ୍ୟପଟେ ପ୍ରତ୍ୟେକ ବର୍ଷ ଗାଁ କଲ୍ୟାଣ ସମିତିକୁ ଗାଁକୁ ସଫା ସୁତୁରା ରଖିବା ପାଇଁ ୧୦ହଜାର ଟଙ୍କା ଲେଖାଏଁ ଅନୁଦାନ ଆସୁଛି ହେଲେ ଯାଉଛି କୁଆଡେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଅନେକ ସ୍ଥାନରେ ବର୍ଷା ପାଣି ଜମି ରହୁଥିବା ବେଳେ ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଫଳରେ ରୋଗରେ ଲୋକେ ପୀଡିତ ହେବାର ଆଶଙ୍କା ରହିଛି । ଏଭଳି ଅନେକ ସମସ୍ୟା ବ୍ଳକରେ ବିଭିନ୍ନ ସ୍ଥାନରେ ରହୁଥିବା ବେଳେ ଅଞ୍ଚଳବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଏବେ ସହରରେ ସମସ୍ୟା ବଢିଚାଲିଛି ହେଲେ ଭାଷଣ ମାରି ଲୋକଙ୍କୁ ସାନ୍ତନା ଦେଉଥିବା ମଧ୍ୟ ନଜରକୁ ଆସିଛି । ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ସମେତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.