ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା

  • ୧୩ ଜୁଲାଇ ୨୦୨୫ ନୂଆ ତାରିଖ ଘୋଷଣା

ଭୁବନେଶ୍ୱର, (ପିଆଇବି) : ବିଭିନ୍ନ ବିଏ ବିଏଡ୍‌, ବିଏସସି ବିଏଡ୍‌, ଏମଏସସି ବିଏଡ୍‌, ବିଏଡ୍‌-ଏମଏଡ୍‌, ଏମଏ (ଶିକ୍ଷା ପ୍ରଯୁକ୍ତି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ହେଉଥିବା ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)-୨୦୨୫କୁ ଘୁଞ୍ଚାଇ ଦିଆଯାଇଛି । ଏଥିସହିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ (ଆର ଆଇଇ) ପକ୍ଷରୁ ପରୀକ୍ଷାର ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ରବିବାର ୨୯ ଜୁନ୍‌ ୨୦୨୫ରେ ଅନୁଷ୍ଠିତ ହେବାର ଥିଲା । ତେବେ ବୈଷୟିକ କାରଣ ଏବଂ ଅନ୍ୟ ଅନିର୍ବାର୍ଯ୍ୟ ପରିସ୍ଥିତି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ନିକଟରେ ପ୍ରକାଶିତ ବିଜ୍ଞପ୍ତି ମୁତାବକ ପରୀକ୍ଷାର ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ଏବଂ ଏହା ରବିବାର ୧୩ ଜୁଲାଇ ୨୦୨୫ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଦେଶବ୍ୟାପୀ ପ୍ରବେଶିକା ପରୀକ୍ଷା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ବିଭିନ୍ନ ଶିକ୍ଷକ ଶିକ୍ଷା କାର୍ଯକ୍ରମରେ ନାମଲେଖା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସମସ୍ତ ପଞ୍ଜିକୃତ ଆବେଦନକାରୀଙ୍କୁ ନିୟମିତ ସୂଚନା ଏବଂ ଅନ୍ୟ ନିର୍ଦ୍ଦେଶାବଳୀ ପାଇଁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ସଂଶୋଧିତ କାର୍ଯ୍ୟସୂଚୀ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତି ପାଇଁ ଅତିରିକ୍ତ ସମୟ ପ୍ରଦାନ କରିବ ଏବଂ ପରୀକ୍ଷାର ସୁଗମ ଏବଂ ନିରପେକ୍ଷ ପରିଚାଳନା ସୁନିଶ୍ଚିତ କରିବ । ସଠିକ୍ ସୂଚନା ଏବଂ ଜାରି କରାଯାଉଥିବା ଘୋଷଣା ପାଇଁ, ପ୍ରାର୍ଥୀମାନେ କେବଳ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ବା ଆରଆଇଇଗୁଡ଼ିକର ଅସଲି ପୋର୍ଟାଲ୍ ଦେଖିବା ଉଚିତ ।

jittmm
Leave A Reply

Your email address will not be published.