ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ସମସ୍ତ କ୍ଳଷ୍ଟରର ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୭୦୦ ଜଣ ପରୀକ୍ଷାର୍ଥୀ ଯୋଗଦେଇ ପରୀକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଯଥା : ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ‘ଉଲ୍ଲାସ – ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ’ ଅଧୀନରେ ପରିଚାଳିତ ହେଉଅଛି । ୧୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଯେଉଁମାନେ ବିଦ୍ୟାଳୟ ଯାଇନାହାନ୍ତି, ସେମାନଙ୍କର ପଢ଼ିବା, ଲେଖିବା ଏବଂ ସାଧାରଣ ଗଣିତ ଦକ୍ଷତାକୁ ପରୀକ୍ଷା କରିବା । ଏଥିରେ ମୁଖ୍ୟତଃ ତିନୋଟି ବିଷୟ ଥାଏ : ପଠନ, ଲିଖନ ଏବଂ ସଂଖ୍ୟାଜ୍ଞାନ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ‘ନବ-ସାକ୍ଷର’ ଭାବେ ଘୋଷଣା କରାଯାଏ ଏବଂ ଏନ.ଆଇ. ଓ.ଏସ ପକ୍ଷରୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଏ । ସମଗ୍ର ଓଡ଼ିଶାରେ ହଜାର ହଜାର ଶିକ୍ଷାର୍ଥୀ ଏହି ପରୀକ୍ଷା ଦେଇ ସାକ୍ଷରତା ପ୍ରମାଣପତ୍ର ହାସଲ କରୁଛନ୍ତି । ଶେଷରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.