oom

ଟିଟିଲାଗଡ଼ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ : ୩୦୦ ମିଟର ଲମ୍ବର ଜାତୀୟ ପତାକାକୁ ଧରି ସହର ପରିକ୍ରମା

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପି ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆହ୍ଵାନ କ୍ରମେ ମଙ୍ଗଳବାର ଦିନ ୧୦.୩୦ଟା ସମୟରେ ଟିଟିଲାଗଡ଼ ପୌରପରିଷଦ ଠାରୁ ହଜାର ହଜାର ପୁରୁଷ, ମହିଳା, ଯୁବକ, ଯୁବତୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ୩୦୦ ମିଟରର ଜାତୀୟ ପତାକାକୁ ଧରି ସହର ପରିକ୍ରମା କରି ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ନିକଟରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ ଖେତ୍ରୀ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଉପସଭାପତି ଲିଙ୍ଗରାଜ ନାୟକ, ବିଜେପି ନେତା ଅଶ୍ଵିନୀ ସାହୁ, ପ୍ରଦୀପ ସାହୁ, ବିଜେପି ଦଳର ସମସ୍ତ କାଉନ୍‌ସିଲର୍‌, ବିଜେପି କର୍ମୀ, ପୌର ପରିଷଦର କର୍ମଚାରୀ ସାମିଲ ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏବଂ ପୋଲିସ ଟିମ୍‌ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.