- ବାଲ୍ୟ ବିବାହକୁ ନା
- ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି
ଆଗଲପୁର, (ବିମଳେନ୍ଦୁ ସାହୁ) : ସିଡବ୍ଲୁଏସ୍ ଓ ବଲାଙ୍ଗିର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ମିଳିତ ଆନୁକୂଲ୍ୟରେ ଆଗଲପୁର ବ୍ଲକର ଭରସୁଜା ଓ ନୁନିଆଁପାଲି ପଂଚାୟତରେ ବାଲ୍ୟବିବାହ ନିରାକରଣ ସମ୍ୱନ୍ଧୀୟ ଏକ ସଚେତନତା ରଥ ପରିକ୍ରମା କରିବା ସହିତ ବିଭିନ୍ନ ସଭା ଓ ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ନୁନିଆଁପାଲି ଗ୍ରାମ ପଂଚାୟତ ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଜ୍ୟୋତିର୍ମୟୀ ନାୟକ, ସୁପରଭାଇଜର ସୁଦେସ୍ନା ମେହେରଙ୍କ ସମେତ ନୁନିଆପାଲି ହାଇସ୍କୁଲର ସମସ୍ତ ଶିକ୍ଷକ, ଭରସୁଜା ଓ ନୁନିଆପାଲି ଅଞ୍ଚଳର ସମସ୍ତ ଅଙ୍ଗନୱାଡି ତଥା ଆଶା କର୍ମୀ ଅଂଶଗ୍ରହଣ କରିଥିଲେ ।
ବାଲ୍ୟବିବାହକୁ ନେଇ ବର୍ତ୍ତମାନ ଥିବା ସରକାରୀ ନୀତି ନିୟମକୁ ବହୁଳ ମାତ୍ରାରେ କଡାକଡି ଲାଗୁ କରାଯିବା ଉପରେ ଅତିଥିଗଣ ମତାମତ ପ୍ରଦାନ କରିଥିଲେ । ପରେ ଏକ ସଚେତନତା ରଥ ନୁନିଆପାଲି ଓ ଭରସୁଜା ଗ୍ରାମ ପଂଚାୟତର ଗାଁ ଗୁଡିକରେ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ନମିତା ପଧାନ, ପିଣ୍ଟୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।