ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ଥାନା ପରିସରରେ ଥିବା ମଡେଲ ସିନିଅର ସିଟିଜେନ୍ ହେଲ୍ପ ସେଣ୍ଟର ପରିସରରେ ନିଉ ଇଣ୍ଡିଆ ଆସୁରାନ୍ସ ଏବଂ ଏମ୍.ଡି.ଇଣ୍ଡିଆ ଟିପିଏର ମିଳିତ ସହଯୋଗରେ ରାଉରକେଲା ଆପୋଲୋ ହସ୍ପିଟାଲର ଡାକ୍ତର ଏବଂ ଟେକ୍ନିସିଆନ୍ ମାନଙ୍କ ଦ୍ଵାରା ଏକ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆପୋଲୋ ହସ୍ପିଟାଲର ମାର୍କେଟିଂ ହେଡ୍ ସିଦ୍ଧାର୍ଥ ନନ୍ଦ ଏବଂ ପୋଲିସ ବିଭାଗର ସିଡ଼ିପିଓ ରଶ୍ମିରଞ୍ଜନ ମହାପାତ୍ର ଉଦ୍ଘାଟନ କରିଥିଲେ ।ଏ ଥିରେ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ନାୟକ, ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଅଭିଷେକ ନନ୍ଦ, ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ପୃଥ୍ୱୀରାଜ ବଣ୍ଡିକେ, ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ବୈଷ୍ଣବୀ ଦାସ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ପରୀକ୍ଷା କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ । ଟେକନିସିଆନ ମାନଙ୍କ ଦ୍ଵାରା ସମସ୍ତ ୧୭୦ ଜଣ ବରିଷ୍ଠ ନାଗରିକମାନଙ୍କର ରକ୍ତ, ଅକ୍ସିଜେନ, ବି.ପି. ଏବଂ ଇସିଜି ପ୍ରଭୃତି ପରୀକ୍ଷା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଛେଣ୍ଡ ଥାନା ଅଧିକାରୀ ବିଜୟ ସିଂହ, ନୋଡାଲ ଅଫିସର ମହେନ୍ଦ୍ର କୁମାର ସାହୁ ଏବଂ ସେଣ୍ଟରର ସଭାପତି ମହେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ବିଜୟ କୁମାର ବରାଳଙ୍କ ସହ ଲକ୍ଷ୍ମଣ ନାଥ ଦାସ, ଡାକ୍ତର ଗୋକୁଳାନନ୍ଦ ସାହୁ, ସବିତା ସାହୁ, ସରୋଜ ସ୍ୱାଇଁ, ଗଜେନ୍ଦ୍ର ସାହାଣି, ଯୋଗେନ୍ଦ୍ର ପ୍ରଧାନ, କୁଳମଣି ଦାସ, ବିଜୟ ପରିଡ଼ା, ସବିତା ସାମଲ, ମୁନିଲାଲ ଜୟସ୍ୱାଲ, ଶ୍ରୀକାନ୍ତ ଦାସ, ହୃଷୀକେଶ ନାୟକ, ସୁବାସ ସାହୁ ପ୍ରମୁଖ ପରିଚାଳନା କରିବାରେ ସହାୟତା କରିଥିଲେ ।