ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିଜ୍ଞାନ ପରୀକ୍ଷାରେ ପାସ୍ ହାର ୯୪.୧୨ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ୮୯.୨୦ ପ୍ରତିଶତ ରହିଛି । ବିଜ୍ଞାନରେ ୭୬,୬୦୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୨,୧୦୬ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୨୩,୭୨୬ଙ୍କ ମଧ୍ୟରୁ ୨୧,୧୬୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.