ଆଜି ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ଆଇସିଏସ୍‌ଇ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ (ସିଆଇଏସ୍‌ସିଇ) ପକ୍ଷରୁ ରବିବାର ସନ୍ଧ୍ୟା ୫ଟାରେ ଆଇସିଏସ୍‌ଇ (ଦଶମ) ପରୀକ୍ଷା ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟ୍‌ରେ ଫଳ ଦେଖିପାରିବେ । ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସିଆଇଏସ୍‌ସିଇର ୱେବସାଇଟ cisce.org. results.cisce.org କିମ୍ବା results.nic.in ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହା ବ୍ୟତୀତ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ନିଜ ନିଜର ପରୀକ୍ଷା ଫଳ ଜାଣିପାରିବେ ।

Leave A Reply

Your email address will not be published.