ବଲାଙ୍ଗିର, (କେପିଏନ୍ଏସ୍) : ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ବଲାଙ୍ଗିରର ଛାତ୍ରଛାତ୍ରୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ବଲାଙ୍ଗିରରେ ରେଗୁଲାର୍ ପରୀକ୍ଷାର୍ଥୀ ମୋଟ୍ ୬୫ ଜଣ ଏ୧ ଗ୍ରେଡରେ ରହିଛନ୍ତି । ମୋଟ୍ ପାସ୍ ହାର ଏଥର ୯୬.୩୭ ପ୍ରତିଶତ ରହିଥିବା ନେଇ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଏ ୧ ଗ୍ରେଡରେ ୬୫ ଜଣ, ଏ ୨ ଗ୍ରେଡରେ ୧୩୨୮ ଜଣ ବି ୧ ଗ୍ରେଡରେ ୪୭୭୦ ଜଣ, ବି ୨ ଗ୍ରେଡରେ ୬୪୪୦ ଜଣ, ସି ଗ୍ରେଡରେ ୫୪୨୦ ଜଣ, ଡି ଗ୍ରେଡରେ ୩୨୯୭ ଜଣ, ଇ ଗ୍ରେଡରେ ୧୮୩୬ ଜଣ ରହିଛନ୍ତି । ୩୭୩ ଜଣ ଫେଲ୍ ହୋଇଛନ୍ତି । ସେହିପରି ଏକ୍ସ ରେଗୁଲାରରେ ଏ ୨ ଗ୍ରେଡରେ ୩ ଜଣ, ବି ୧ ଗ୍ରେଡରେ ୩୯ ଜଣ, ବି ୨ ଗ୍ରେଡରେ ୭୮ ଜଣ, ସି ଗ୍ରେଡରେ ୧୨୨ ଜଣ, ଡି ଗ୍ରେଡରେ୧୧୬ ଜଣ ଓ ଇ ଗ୍ରେଡରେ ୧୦୦ ଜଣ ରହିଛନ୍ତି । ୬୫ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଫେଲ କରିଛନ୍ତି । ଏଥର ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ମୋଟାମୋଟି ପିଲାମାନେ ଭଲ ପ୍ରଦର୍ଶନ କରିଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।