centurian jitm

ମେ’ ୩୧ର ପରୀକ୍ଷା ଜୁନ୍‌ ୪ରେ ହେବ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷାରେ କିଛିଟା ପରିବର୍ତ୍ତନ କରାଯାଇଛି । ୩୧ ତାରିଖରେ ହେବାକୁ ଥିବା କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗରେ ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବିଏଫସି-ବାୟୋଲୋଜି ବିଷୟର ପରୀକ୍ଷାକୁ ଜୁନ୍‌ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ମେ’ ୨୧ରୁ୨୮ ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ଅନ୍ୟାନ୍ୟ ବିଷୟ ପରୀକ୍ଷାରେ କୌଣସି ପରିବତ୍ତନ କରାଯାଇ ନଥିବା ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି । ପୂର୍ବରୁ ଉକ୍ତ ତିନି ବିଷୟର ପରୀକ୍ଷାକୁ ଥରେ ଘୁଞ୍ଚାଯାଇଥିଲା ।

Leave A Reply

Your email address will not be published.