ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ସମ୍ପୂର୍ଣ୍ଣ ଭାବେ ସିବିଏସ୍ଇ ଅନୁବନ୍ଧିତ ଆବାସିକ ଶିକ୍ଷାନୁଷ୍ଠାନ ଅଟେ । ଉକ୍ତ ଅନୁଷ୍ଠାନରେ ଆବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ରହିବା ପାଇଁ ଅତ୍ୟାଧୁନିକ ସମସ୍ତ ସୁବିଧା, ଉତ୍ତମ ମାନର ଖାଦ୍ୟ, ସକାଳ ଓ ସନ୍ଧ୍ୟା ସମୟରେ ପାଠ୍ୟ ବିଷୟବସ୍ତୁ ସହିତ କୋଚିଙ୍ଗ, କରାଟେ, ଖେଳ ପାଇଁ ବିଭିନ୍ନ ଉପକରଣ ଦିଆଯାଇଥାଏ । ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ ସହିତ ସମସ୍ତ ଶୀକ୍ଷାର୍ଥୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଜୀବନ ଜ୍ୟୋତି ନର୍ସିଂହୋମର ମାଲିକ ଡ. ମୋହନ ଲାଲ ଜୈନ ତାଙ୍କ ସହକର୍ମୀଙ୍କ ସହିତ ଅନୁଷ୍ଠାନର ସମସ୍ତ ଶିକ୍ଷାର୍ଥୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା, ପରିଚାଳନା କମିଟି ସଦସ୍ୟମାନେ, ମୁଖ୍ୟ ଉପଦେଷ୍ଟା ଡ. ରବିନଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ୍. ନାଗା ମାଲେଶ୍ୱର ରାଓ, ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ଏବଂ ଛାତ୍ରାବାସର ସମସ୍ତ ଶିକ୍ଷାର୍ଥୀ ଡ଼କ୍ଟର ଜୈନ ଏବଂ ତାଙ୍କ ସହକର୍ମୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ଡକ୍ଟର ମୋହନ ଜୈନ ବିଦ୍ୟାଳୟ ପରିଚାଳନା କମିଟିର ଜଣେ ସଦସ୍ୟ ମଧ୍ୟ ଅଟନ୍ତି । ଟିଟିଲାଗଡ଼ ପିପଲପଦର ଠାରେ ଥିବା ଏସ୍ସିଡି ଚକ୍ଷୁ ଚିକିତ୍ସାଳୟର -ଅପ୍ଟୋମେଟିଷ୍ଟ ସୁମିତ ପ୍ରଧାନ, ଚକ୍ଷୁ ବିଶେଷଜ୍ଞ-ଟି.ଡି ରାଜ୍ ୱାଡ଼େ, ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ଆଟେଣ୍ଡାଣ୍ଟ-ଅନୀଲ ବାଗ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।