centurian jitm

କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ

nschool

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ସଂଚାଳିତ ତଥା ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତା ପ୍ରାପ୍ତ କାର୍ଯ୍ୟକ୍ରମ ଆସ୍ପିୟାର ଅନ୍ତର୍ଗତ ଏକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ନୁନିଆପାଲି ପଞ୍ଚାୟତର ପାଣ୍ଡେସରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର କିଶୋରୀ ମାନଙ୍କ ରକ୍ତହୀନତା ଯାଞ୍ଚ ପାଇଁ ହିମୋଗ୍ଲୋବିନ ଏବଂ ଉଚ୍ଚତା, ଓଜନ, ଅନୁପାତର ପରୀକ୍ଷା କରାଯାଇଥିଲା । ଯେଉଁ କିଶୋରୀ ମାନଙ୍କ ହିମୋଗ୍ଲୋବିନ ସାମାନ୍ୟ ଅନୁପାତରେ କମ୍‌ ଥିଲା ତାଙ୍କୁ ଆଇରନ ବଟିକା ଏବଂ ପୋଷକ ଖାଦ୍ୟ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ପ୍ରୋଗ୍ରାମ କୋଡିନେଟର ଅଭିଜିତ ମିଶ୍ର, କ୍ଷେତ୍ରକର୍ମୀ ପ୍ରହଲ୍ଲାଦ ପଧାନ, ନମିତା ପଧାନ, ସୁଶାନ୍ତ ସା ପ୍ରମୁଖ ପରିଚାଳନା କରିଥିବା ବେଳେ ଅଙ୍ଗନବାଡି ତଥା ଆଶାକର୍ମୀ ସହଯୋଗ କରିଥିଲେ ।

Leave A Reply

Your email address will not be published.