jayashree

ଫେବୃୟାରୀ ୨୧ରୁ ଓସିଏସ୍‌ ମେନ୍‌ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମେନ୍‌ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ପଙ୍କର୍ଯ୍ୟନ୍ତ ହେବ । ଏ ନେଇ ଓପିଏସ୍‌ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତିଦିନ ୨ ସିଟିଂରେ ପରୀକ୍ଷା କରାଯିବ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ । ୩ ଘଣ୍ଟା ଧରି ପରୀକ୍ଷା ହେବାକୁ ଥିବାବେଳେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୧ ଘଣ୍ଟା ସମୟ ଦିଆଯିବ । ମାର୍ଚ୍ଚ ୭ ଓ ୮ରେ ପରୀକ୍ଷା ହେବ ନାହିଁ । ପରୀକ୍ଷାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ପାଇପାରିବେ । ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଖୁବ୍‌ଶୀଘ୍ର ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ । ଯଦି କୌଣସି ପରୀକ୍ଷାର୍ଥୀଙ୍କର ଓପିଏସ୍‌ସି ଦ୍ୱାରା ନିର୍ଦ୍ଧାରିତ ତାରିଖରେ ୟୁପିଏସ୍‌ସି ସିଭିଲ ସର୍ଭିସ ସାକ୍ଷାତ୍‌କାର ପରୀକ୍ଷା ଅଛି ତା’ହେଲେ ସେମାନେ ଅନ୍ୟ ଏକ ତାରିଖରେ ଓସିଏଓ୍‌ ମେନ୍‌ ପରୀକ୍ଷା ଦେଇପାରିବେ । ଏଥିପାଇଁ ସେମାନଙ୍କୁ ଆସନ୍ତା ୯ ତାରିଖ ସୁଦ୍ଧା ୟୁପିଏସ୍‌ସି ସାକ୍ଷାତ୍‌କାରର ଚିଠିକୁ ଓପିଏସ୍‌ସି ନିକଟରେ ଦାଖଲ କରିବାକୁ ପଡିବ ।

Leave A Reply

Your email address will not be published.