ଆଜିଠୁ ଦଶମ ସମ୍ମେଟିଭ -୧ ପରୀକ୍ଷା ଆରମ୍ଭ

କଟକ : ଆଜିଠୁ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଦେବେ । ଏଥିପାଇଁ ବୋର୍ଡ ପକ୍ଷରୁ ୩୦ ଜିଲ୍ଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନ ସକାଳ ୯ଟାରେ ଛାତ୍ରଛାତ୍ରୀ ମାନେ ସେଣ୍ଟର ଭିତରକୁ ପ୍ରବେଶ କରିବେ । ଅନ୍ୟ ଦିନମାନଙ୍କରେ ୯ଟା ୧୫ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.

error: Content is protected !!