ଆସନ୍ତା ୨୩ରୁ ମାଟ୍ରିକ୍‌ ସମ୍ମେଟିଭ୍‌ ପରୀକ୍ଷା

କଟକ : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା । ନଭେମ୍ବର ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ପରୀକ୍ଷା ଚାଲିବ । ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । ଛାତ୍ରୀଛାତ୍ର ବୋର୍ଡ ୱେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ । ମଧ୍ୟମା ଏବଂ ଓପନ୍‌ ସ୍କୁଲ୍‌ ପାଇଁ ୧୭ ତାରିଖରୁ ଆଡମିଟ୍‌ କାର୍ଡ ମିଳିବ । ସେହିପରି ନଭେମ୍ବର ୧୧ରୁ ଭୋକେଶନାଲ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହେବ । ୧୦୧୨ଟି ସ୍କୁଲ୍‌ରେ ୧୮ ତାରିଖ ଯାଏ ପ୍ରାକ୍ଟିକାଲ୍‌ ଚାଲିବ । ଚଳିତ ବର୍ଷ ୩୦୨୯ଟି ସେଣ୍ଟରରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ ।

Leave A Reply

Your email address will not be published.