
ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଶନିବାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ଏଏସଓ) ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ୧୨୯ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୫୭୪ ଜଣ ଆଶାୟୀ ପରୀକ୍ଷା ଦେବେ । ସେହିପରି ଖୋର୍ଦ୍ଧା ସବଡିଭିଜନ୍ ଅଧୀନରେ ୧୦ କେନ୍ଦ୍ରରେ ମୋଟ୍ ୩୩୦୫ ଜଣ ଆଶାୟୀ ପରୀକ୍ଷା ଦେବେ । ପରୀକ୍ଷା ୩ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ବିଷୟରେ ପରୀକ୍ଷା ହେବ । ଏହାପରେ ପୂର୍ବାହ୍ନ ୧୧ଟା ୩୦ରୁ ୧ଟା ପର୍ଯ୍ୟନ୍ତ ରିଜନିଂ ଓ ଗଣିତ ଏବଂ ଅପରାହ୍ନ ୨ଟା ୩୦ ମିନିଟରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ ଓ ଓଡ଼ିଆ ଭାଷାର ପରୀକ୍ଷା ହେବ । ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଥିବା ୧୩୯ଟି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।