ଆଜି ନିଟ୍‌ ୟୁଜି ପରୀକ୍ଷା : ୧୮.୭୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ୧୦.୬୪ ଲକ୍ଷ ଛାତ୍ରୀ ଥିବା ବେଳେ ୮ ଲକ୍ଷ ୭ ହଜାର ୭୧୧ ଜଣ ଛାତ୍ର ଅଛନ୍ତି । ଗତବର୍ଷ ତୁଳନାରେ ଏ ବର୍ଷ ୨.୫୭ ଲକ୍ଷ ପରୀକ୍ଷା ଦେବାକୁ ପଞ୍ଜିକରଣ କରିଛନ୍ତି । ରବିବାର ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୧ଟା ୩୦ ସୁଦ୍ଧା ସେମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବେ ।

Leave A Reply

Your email address will not be published.