
ଭୁବନେଶ୍ୱର, (କେପିଏନ୍ଏସ୍) : ଓଜେଇଇ ପରୀକ୍ଷା ଶେଷ ହୋଇଥିବା ଜଣାପଡିଛି । ବିଭିନ୍ନ ପାଠ୍ୟକ୍ରମ ଲାଗି ୫୮ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବାରୁ ୮୨.୫% ପିଲା ପରୀକ୍ଷା ଦେଇଛନ୍ତି । ୨୦୨୧ରେ ଅନୁଷ୍ଠିତ ପରୀକ୍ଷାରେ ଉପସ୍ଥାନ ମାତ୍ର ୭୫% ରହିଥିଲା । ଏଥର ବହୁ ସଂଖ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ସମସ୍ତ ପ୍ରକ୍ରିୟା ସରିଛି । ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ ରଖାଯାଇଛି ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି ।