
ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁକୂଳଚନ୍ଦ୍ରଙ୍କ ଜନ୍ମ ମାସ ଭାଦ୍ରବ ହୋଇଥିବାରୁ ତାଙ୍କ ଅନୁଗାମୀମାନଙ୍କ ଦ୍ଵାରା ଭାଦ୍ର ପରିକ୍ରମା ସତସଙ୍ଗ ରାଜେନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ବିନତୀ ପ୍ରାର୍ଥନା ପରେ ଧର୍ମଗ୍ରନ୍ଥ ପାଠ କରାଯାଇଥିଲା ।ଗୌତମ ରାୟ, ନନୀ ଗୋପାଳ କରଣ, ମନୋଜ ବେହେରା, ବିଜୟ ପାତ୍ର, ରାଘବେନ୍ଦ୍ର ନାୟକ, ରାଜୁ ମଲ୍ଲିକ ପ୍ରମୁଖ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ । ଠାକୁରଙ୍କ ଆଦର୍ଶ ଓ ବାଣୀ ସମ୍ପର୍କରେ ଡାକ୍ତର ତ୍ରିଲୋଚନ ନାୟକ ବକ୍ତବ୍ୟ ରଖିଥିଲେ । ସତସଙ୍ଗ ବିହାରର ପରିଚାଳକ ରାଧାକାନ୍ତ ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ନୂତନ ଅନୁଗାମୀମାନେ ଦୀକ୍ଷା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫୦ ଜଣ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲାବେଳେ ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।