ଟିଟିଲାଗଡ଼, (କେପିଏନ୍ଏସ୍) : ଗତ ଶୁକ୍ରବାର ଦିନ ଟିଟିଲାଗଡ଼ ବ୍ଲକ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଆଦର୍ଶ ଗ୍ରାମ ପରିଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବୈଠକରେ ବିଡ଼ିଓ ଚନ୍ଦ୍ରମଣି ନାଗ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ଏବଂ ଜିଲ୍ଲାର ଏନ୍ଆର୍ଏମ୍ ଏକ୍ସପର୍ଟ ଆଲୋକ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ତଥା ମହାତ୍ମା ଗାନ୍ଧୀଙ୍କ ଚିତ୍ରପଟରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏପିଓ ବନଜାବାସିନୀ ଦାସ କାର୍ଯ୍ୟକ୍ରମ ପରିଚାଳେନା କରିଥିଲେ । ଦାଦନ ପ୍ରବଣ ଅଂଚଳରେ ଆର୍ଥିକ ଅନଗ୍ରସର ପରିବାରମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଜୀବନ ଜୀବିକାରେ କିପରି ଭାବେ ସ୍ଥାୟୀ ଉନ୍ନତିମୂଳକ ପରିବର୍ତ୍ତନ ଆଣିହେବ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ତରଫରୁ ଟିଟିଲାଗଡ଼ ବ୍ଲକର ମନିଗାଁ, ମହୁଲପଡ଼ା, ଦିଗଶିରା, ଘୋଡ଼ାର ଏବଂ ନାରେନ ପଂଚାୟତକୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ବୈଠକରେ ଉପରୋକ୍ତ ପଂଚାୟତର ସରପଂଚ, ସମିତି ମେମ୍ବର, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାର, ଏଡ଼ିଇଓ ଏବଂ ବିଭିନ୍ନ ବିଭାଗର କର୍ମକର୍ତ୍ତା ସମୂହ ଉପସ୍ଥିତ ରହି ଆଦର୍ଶ ଗ୍ରାମ ଯୋଜନାକୁ ଫଳବତୀ କରାଯିବା ସଂପର୍କରେ ଆଲୋକପାତ କରିଥିଲେ ।
Prev Post