ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୁରିବାହାଲ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ

  • ହଳଦୀ ମଣ୍ଡିରେ ସର୍ବାଧିକ ୪କେଜି କଟନି ଓ ପିଅନ ଭରସାରେ ମଣ୍ଡି ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ଧାନ ମଣ୍ଡିକୁ ଗୁରୁବାର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ପରିଦର୍ଶନ କରିଥିଲେଫ ସେ ବ୍ଲକର ବଡସାଇମରା, ଗୁଡିଘାଟ, ମୁରିବାହାଲ, ପତ୍ରାପାଲି ଓ ହଳଦୀ ମଣ୍ଡି ପରିଦର୍ଶନ କରିଥିଲେ । ବ୍ଲକର ସମସ୍ତ ମଣ୍ଡିରେ ୨ ରୁ ୩ କେଜି ଧାନ କଟନି ହେଉଥିବାବେଳେ କେବଳ ହଳଦୀ ମଣ୍ଡିରେ ସର୍ବାଧିକ ୪କେଜି କଟନି ହେଉଥିବା ଚାଷୀମାନେ ତାଙ୍କୁ ଅଭିଯୋଗ କରିଥିବା ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି । ଦୁଃଖର ବିଷୟ ଏହା ଯେ ହଳଦୀ ପେକସ ସମ୍ପାଦକ ବିକାଶ ଆଡଜୁଆଡ ଧାନ କିଣା ଛାଡ଼ି ସବୁବେଳେ ମଣ୍ଡିରେ ଅନୁପସ୍ଥିତ ରହୁଥିବା ଓ ପିଅନଙ୍କ ଭରଷାରେ ହଲଦି ପେକସ ଚାଲିଥିବା ଚାଷୀମାନେ ତାଙ୍କୁ ଅଭିଯୋଗ କରିଥିଲେ । ବଡସାଇମରା ମଣ୍ଡିରେ ହାତୀ ଉପଦ୍ରବ କରିଥିବା ୧୪ଜଣ ଚାଷୀଙ୍କ ୭୮ବସ୍ତା ହାରାହାରି ୩୦ କ୍ୟୁଣ୍ଟାଲ ଧାନର ଏମ୍‌ଏସ୍‌ପି ୨୩୦୦ ଟଙ୍କା ଓ ଇନପୁଟ ସବସିଡି ୮୦୦ ଟଙ୍କା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଯୋଗାଇଦେବାକୁ ଶ୍ରୀ ସାଲୁଜା ସରକାରଙ୍କଠାରେ ଦାବି କରିଥିଲେ । ଆଗାମୀ ଦିନରେ ବ୍ଲକର ମଣ୍ଡିଗୁଡିକର ଅବସ୍ଥା ନ ସୁଧୁରିଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାଲୁଜା ଚେତାବନୀ ଦେଇଥିଲେ । ଏହି ସମୟରେ ବ୍ଲକ କଂଗ୍ରେସ କମିଟିର ଗିରିଧାରୀ ସାହୁ, ଭିବିଷଣ ମହାନନ୍ଦ, ଯଦୁପତି ଅଗସ୍ତି, ବୁଲୁ ବିଶି, ତପି ନାଗ, ବୁଲୁ କୁମ୍ଭାର, ବେଣୁ ପସାୟତ, ତୁଲା ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.