oom

ବୌଦ୍ଧ ଜିଲ୍ଲାପାଳଙ୍କ ବିଭିନ୍ନ ମନ୍ଦିର ପରିଦର୍ଶନ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଶାସନିକ ଅଧିକିରୀଙ୍କ ସମେତ ଦିନିକିଆ କଣ୍ଟାମାଳ ପରିଦର୍ଶନରେ ଆସି ବିଭିନ୍ନ ଦେବାଦେବୀ ପୀଠ ଓ ମନ୍ଦିରମାନଙ୍କ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ୟ୍ୟକରଣ ନିମନ୍ତେ ବୌଦ୍ଧର ଅନେକ କୀର୍ତ୍ତିରାଜି ସ୍ଥଳ ଓ ମନ୍ଦିର ପରିଦର୍ଶନ ପରେ କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ରେଘାମୁଣ୍ଡା ସ୍ଥିତ ଜିଲ୍ଲାର ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଭାଇବୋହୁ ଦେଢ଼ଶୁର ପାହାଡ଼ ସହିତ ଗୁପ୍ତେଶ୍ଵର ମନ୍ଦିର ବୁଲି ଏହାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ୟ୍ୟକରଣ ନିମନ୍ତେ ସ୍ଥାନୀୟ ମନ୍ଦିର କମିଟି ଓ ପୂଜକଙ୍କ ସହିତ ଆଲୋଚନା କରି ଭୂମି ପୂଜନ କାର୍ୟ୍ୟକ୍ରମ କରିଥିଲେ । ଏହାପରେ ଘଣ୍ଟାପଡ଼ା ସ୍ଥିତ ମା’ ସମଲେଶ୍ଵରୀଙ୍କ ଦର୍ଶନ କରି ବେଢ଼ା ପରିସର ବୁଲି ଦେଖିଥିଲେ । ତେଲ ନଦୀ କୂଳରେ ଅବସ୍ଥିତ ମନ୍ଦିର ପରିସରରେ ଗାଡୱାଲ କାର୍ୟ୍ୟ ଦେଖି ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀଙ୍କୁ ପ୍ରଶପ୍ସସା କରିଥିଲେ । ପରେ ସରପଞ୍ଚ ଶ୍ରୀ ଦେହୁରୀ ଓ ଗ୍ରାମବାସୀଙ୍କ ନିବେଦନ କ୍ରମେ ସମଲେଶ୍ଵରୀ ମନ୍ଦିର ଓ ମହାଦେବ ମନ୍ଦିର ପରିସରରେ ପ୍ରାଚେରୀ, ରକ୍ଷଣାବେକ୍ଷଣ ଓ ସୌନ୍ଦର୍ୟ୍ୟକରଣ ନିମନ୍ତେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ତାଙ୍କର ସରକାରୀ ଟିମ୍ ସହିତ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ବବିତା ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ଵିନୀ ମେହେର, ଜଙ୍ଗଲ ବିଭାଗ ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ଗୋଛାୟତ, କଣ୍ଟାମାଳ ବିଡିଓ ସୁଶ୍ରୀ ବନ୍ଦନା ଖଟୁଆ, ତହସିଲଦାର ଅର୍ଜୁନ ପ୍ରଧାନ, ସହକାରୀ ଯନ୍ତ୍ରୀ ସୋମନାଥ ଭୂୟାଁ, କନିଷ୍ଠ ଯନ୍ତ୍ରୀ ଶ୍ରୀ ମାଝୀ, ନାରାୟଣପ୍ରସାଦ ସେକ୍ସନର ବନପାଳ ରମାକାନ୍ତ କଅଁର ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.