centurian jitm

ରେଳ ଷ୍ଟେସନ ପରିଦର୍ଶନ କଲେ ଏଡିଆର୍‌ଏମ୍‌ : ଧାରଣାରେ ବସିଲେ ଦୋକାନୀ ସଂଘ

nschool

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଳ ଷ୍ଟେସନ ଅମୃତ ରେଳ ଷ୍ଟେସନରେ ସାମିଲ ହେବାକୁ ଯାଉଛି । ରେଳ ଷ୍ଟେସନ ଉନ୍ନତି ପାଇଁ ଏବେ କୋଟି କୋଟି ଟଙ୍କାର କାମ ଚାଲିଛି । ରେଲୱେ କାମ ପାଇଁ ଜମି ମଧ୍ୟ ଜବରଦଖଲ ଉଚ୍ଛେଦ କରୁଛି । ତେବେ ଷ୍ଟେସନ ବାହାରେ ଥିବା ୫୦ରୁ ଅଧିକ ଦୋକାନ ଖାଲି କରିବାକୁ ରେଲୱେ ନୋଟିସ କରିସାରିଛି । ଦୋକାନୀ ମାନେ ନିଜ ଆକାରରେ ଦୋକାନ ସବୁ ନେଇଥିବା ବେଳେ ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯାଉ ବୋଲି କହିଛନ୍ତି । ଆଜି ସମ୍ୱଲପୁର ଡିଭିଜନ ରେଲୱେ ଏ.ଡି.ଆର୍‌.ଏମ୍‌. ଆନନ୍ଦ ସିଂ ରେଳ ଷ୍ଟେସନ ପରିଦର୍ଶନ ପାଇଁ ଆସି ବିଭିନ୍ନ ଭିତ୍ତିଭୂମି ବୁଲି ଦେଖିଛନ୍ତି । ଅନ୍ୟ ପକ୍ଷରେ ଏଡ଼ିଆର୍‌ଏମ୍‌ ଆସିଥିବା ଖବର ପାଇଁ ଦୋକାନୀ ସଂଘ ଦୋକାନ ବଜାର ବନ୍ଦ ରଖି ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏ.ଡି.ଆର୍‌.ଏମ୍‌ ଆନନ୍ଦ ସିଂ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ କହିଛନ୍ତି ଯେ, ବର୍ତ୍ତମାନ ଦୋକାନୀଙ୍କୁ ଥଇଥାନ ପାଇଁ କୌଣସି ପ୍ରାବଧାନ ନାହିଁ କିନ୍ତୁ ପରେ କିଛି ଯଦି ହୋଇ ପାରିବ କରାଯିବ । ଅନ୍ୟ ପଟେ ଦୋକାନୀ ପ୍ରଥମେ ଆମକୁ ଥଇଥାନ କରନ୍ତୁ ପରେ ଯାହା କରିବା କଥା କରନ୍ତୁ ବୋଲି କହୁଛନ୍ତି । କିଛି ଦିନ ପୂର୍ବରୁ ଏନେଇ ସାଂସଦ ଶ୍ରୀ ବିଶି ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ସହ ଆଲୋଚନା କରିବେ ଓ ଦୋକାନୀଙ୍କ ଭଲ ନିମନ୍ତେ ଚେଷ୍ଟା କରିବି ବୋଲି ଆଶ୍ଵାସନା ଦେଇଥିଲେ । କେସିଙ୍ଗାରେ ଯେଭଳି ଦୋକାନୀ ମାନଙ୍କୁ ଥଇଥାନ କରାଯାଇଛି, ସେଭଳି କଣ୍ଟାବାଞ୍ଜିରେ ଥାଇଥାନ କରାଯାଉ ବୋଲି କରିଛନ୍ତି । ଗତକାଲି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ରେଲୱେ ଷ୍ଟେସନ ବାହାରେ ଥିବା ୫୦ରୁ ଅଧିକ ଦୋକାନୀ ସାକ୍ଷାତ କରିଥିଲେ । ଶ୍ରୀ ବାଗ ମଧ୍ୟ ଦୋକାନୀଙ୍କୁ ଆଶ୍ଵାସନା ଦେଇଛନ୍ତି ଯେ ଦୋକାନୀଙ୍କ ହିତ ନିମନ୍ତେ ଯାହା ଉଚିତ୍ ପଦକ୍ଷେପ ନିଆଯିବ । ଦୋକାନୀଙ୍କ ମଧ୍ୟରେ ଏସ୍‌କେ ଅମଜଦ, ଗୋପାଳ ଜୈନ, ଅମରେଶ ମହାନ୍ତି, ଏ.ଭାସ୍କର, ଗଣେଶ ପାତ୍ର, ନାଥୁରାମ ଅଗ୍ରୱାଲ, ରାଜେଶ ଜୈନ, ଶଙ୍କର ଶର୍ମା, ଅବଦୁଲ ଖଳିଲ, ଗୋବର୍ଦ୍ଧନ ବାଗ, କୈଳାଶ ବେହେରା, ଟୁକୁନା ମହାନ୍ତି, ବିଜୟ ମିତ୍ତଲ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଘ୍ନେଶ୍ୱର ସିଂ ଦେଓ, ମନୋଜ ଚଣ୍ଡୀ, ନିଶିକାନ୍ତ ମହାପାତ୍ରଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.