oom

ଉପକୂଳ ଅଞ୍ଚଳ ପରିଦର୍ଶନ ସହ ବାତ୍ୟା ସମୀକ୍ଷା କଲେ ଗଞ୍ଜାମ ବିଡ଼ିଓ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶୁକ୍ରବାର ଦିନ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ତାରି ପ୍ରଭାବରେ କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉର୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ ବିଶେଷ କରି ସମୁଦ୍ର ତତ୍‌ବର୍ତ୍ତୀ ଅଂଚଳ ପରିଦର୍ଶନ କରିବା ସହ ବିଭିନ୍ନ ପଞ୍ଚାୟତ ଯାଇ ସମୀକ୍ଷା କରିଛନ୍ତି । ବ୍ଲକର ୯ ପଞ୍ଚାୟତର ପ୍ରାୟ ୨୨ଟି ଗ୍ରାମ ପ୍ରଭାବିତ ହେବା ଆଶଙ୍କା ରହିଛି । ଏଣୁ ଉକ୍ତ ଅଞ୍ଚଳରୁ ୮୨୦ ଜଣଙ୍କୁ ବିଭିନ୍ନ ସେଭ୍‌ ସେଣ୍ଟର ତଥା ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଏହି ବ୍ଲକରେ ୧୦୬ ସେଭ୍‌ ସେଣ୍ଟର ଚି଼ହ୍ନଟ ହୋଇଛି । ସେଥିରୁ ୨୯ଟି ବାତ୍ୟା ଆଶ୍ରୟ ସ୍ଥଳୀ ଏବଂ ୭୧ ସ୍କୁଲ ଓ ୬ଟି କଲେଜରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ସେଠାରେ ସୁରକ୍ଷିତ ଭାବେ ଥଇଥାନ କରାଯିବ ବୋଲି ବିଡ଼ିଓ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ୯ଟି ସ୍ଥାନରେ ତଥା ଗୋଖରକୁଦା ଅରୁଣ ପୁର, ବଳଦିଆ ଢିଅ, ଗୌରାଙ୍ଗ ପାଟଣା, କଣ୍ଟିଆ ଗଡ଼, ଲୁଂଘୁରି, ବରୋଦା ଆଦି ସ୍ଥାନରେ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଗୋଖରକୁଦା ସରପଞ୍ଚ, ପ୍ରତିନିଧି ବିଦ୍ୟାଧର ପ୍ରଧାନ ଗ୍ରାମଲୋକ ରହି ସରଣାଥିଙ୍କୁ ଯୋଗାଇ ଦିଆଯାଇଛି । ପୁରୁଣା ପୋଡ଼ମ ପେଟା ଗ୍ରାମର ଦୁଇ ପରିବାରକୁ ସ୍ଥାନାନ୍ତରିତ କଟାଯାଇଛି । ଅନ୍ୟପଟେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏସ୍‌ଡିପିଓ ଗୌରହରି ସାହୁ, ଆଇଆଇସି ସୁମିତ୍ରା ପାତ୍ର ପ୍ରମୁଖ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବେଳେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.