ମୁଖ୍ୟମନ୍ତ୍ରୀଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ

  • ରାତିରେ ରୋଗୀ ମାନଙ୍କ ଯତ୍ନ କିପରି ନିଆଯାଉଛି ସେ ସମ୍ପର୍କରେ ପଚାରି ବୁଝିଲେ
  • ରୋଗୀ ସେବାରେ ଅଧିକ ଉନ୍ନତି ଆଣିବା ତଥା ସେମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ପରାମର୍ଶ ଦେଲେ
  • ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ସହିତ ଆଲୋଚନା କଲେ
  • କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି । ରୋଗୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ବଗ୍ଧଗ୍ଧରଦ୍ଭୟବଦ୍ଭଗ୍ଧ ମାନଙ୍କ ପାଇଁ ଥିବା ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଏହା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ବୁଝିଥିଲେ । କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯାଇ ରୋଗୀ ମାନଙ୍କ ପାଇଁ ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ । ଏହି ଅବସରରେ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ମଜୁରୀ ସମ୍ପର୍କରେ ବୁଝିଥିଲେ । ନୂଆ ବର୍ଦ୍ଧିତ ମଜୁରୀ ମିଳିବା ପରେ ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରୋଗୀ ସେବା ପରି ଏକ ମହାନ୍ କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ଵ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.