ବରଗଡ଼ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିକାଶ ମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ମୁଖ୍ୟ ଚିକିତ୍ସାଳୟ ମେନେଜରଙ୍କ ସହ ଆଗରୁ ବାକି ରହିଥିବା କାର୍ଯ୍ୟ ଗୁଡିକ ମଧ୍ୟରୁ ୩ ଗୋଟି ଲିଫ୍ଟ କାର୍ଯ୍ୟକ୍ଷମ ହେବା, ରୋଗୀ ମାନଙ୍କ ପ୍ରତିଷାଳୟରେ ପଂଖା ଚାଲୁକରିବା ବିଷୟରେ ସୂଚନା ଦେଇଥିଲେ । ପଞ୍ଚମ ମହଲାରେ ବିରାଟ ପରୀକ୍ଷାଗାରର ନିର୍ମାଣ କାର୍ଯ୍ୟ ଚାଲୁଛି ଓ ଏହା ରୋଗୀମାନଙ୍କୁ ସେବା ପ୍ରଦାନ କରିବାରେ ବହୁତ ସାହାଯ୍ୟ କରିବ ବୋଲି ମେନେଜର୍‌ ସୂଚନା ଦେଇଥିଲେ ଓ ପ୍ରତିନିଧି ଦଳ ଏହା ପରିଦର୍ଶନ ମଧ୍ୟ କରିଥିଲେ । ପରେ କ୍ୟାନ୍ସର୍‌ ୱାର୍ଡ ବୁଲି ଡାକ୍ତର ନରେଶ ପ୍ରଧାନଙ୍କ ସହ ଆଲୋଚନା ବେଳେ ସେ ବିଭିନ୍ନ ଅସୁବିଧା ତଥା ତାହାର ସମାଧାନ ଉପରେ ଆଲୋଚନା କରିଥିଲେ । ଏଗୁଡିକର ସମାଧାନ ହେଲାପରେ ହିଁ ଉଚିତ୍‌ ରୋଗୀ ସେବା ହୋଇ ପାରିବ ବୋଲି ଡାକ୍ତର ପ୍ରଧାନ ମତବ୍ୟକ୍ତ କରିଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀରେ ଅଭିଜିତ ପ୍ରତିହାର, ଗୋବିନ୍ଦ ଦାଶ, ଆଶୁତୋଶ ରଥ, ସର୍ଦାର ପ୍ରୀତମ୍ ସିଂହ, ମନୋରଂଜନ ପୂଜାରୀ ଓ ଏମ୍. ଡି. ଅସଲମ୍ ରହିଥିଲେ ।

Leave A Reply

Your email address will not be published.