oom

ଆଇସିଏଆର୍‌ ସିଫା ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ୍‌ପି ସିଂ ବଘେଲ

jsmm

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ଓ ପଞ୍ଚାୟତି ରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍‌ପି ସିଂ ବାଘେଲ ଆଜି ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ଠାରେ ଥିବା ଆଇସିଏଆର୍‌-କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରତିଷ୍ଠାନ ପରିସରରେ ଜଳ ଜୀବ ପାଳନ କ୍ଷେତ୍ରରେ ଜାରି ରହିଥିବା ଗବେଷଣା କାର୍ଯ୍ୟ ସମୀକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରତିଷ୍ଠାନ ପରିସରରେ ଚାରା ରୋପଣ କରିବା ସହିତ ସିଫା କୃଷି କେନ୍ଦ୍ର ବୁଲି ଦେଖିଥିଲେ । ଏଠାରେ ଜୈବିକ ପଦ୍ଧତିରେ ବିକଶିତ ରୋହି ‘ଜୟନ୍ତ’, କାଟଲା, ସ୍କାମ୍ପି, ମାଇନର୍ କାର୍ପ, ବାଳିଆ, ମୁରେଲ୍, ଅନାବସ, ପର୍ଲ ମୁସେଲ ଆଦି ମତ୍ସ୍ୟ ପ୍ରଜାତିର ଚାଷ ଏବଂ ପଣ୍ଡ କଲଚର୍, ବାୟୋଫ୍ଲକ୍, ଆକ୍ୱାପନିକ୍ସ ଆଦି ବିଭିନ୍ନ ଜଳଜୀବ ପାଳନ ପଦ୍ଧତି ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରତିଷ୍ଠାନ ଦ୍ୱାରା ବିକଶିତ ବିଭିନ୍ନ ଯନ୍ତ୍ରପାତି, ବିହନ ସୃଷ୍ଟି, ଥେରାପି ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଶ୍ରୀ ବଘେଲ ଓଡ଼ିଶାରେ ମତ୍ସ୍ୟପାଳନ ଏବଂ ପ୍ରାଣୀ ସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟ ପ୍ରଗତି ସମୀକ୍ଷା କରିଥିଲେ । ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ ଏବଂ ପ୍ରାଣୀ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । କୃଷକ ସମୁଦାୟକୁ ଆଧୁନିକ ଜ୍ଞାନ କୌଶଳ ହସ୍ତାନ୍ତର କରିବା ଉପରେ କେନ୍ଦ୍ର ମନ୍ତ୍ରୀ ଜୋର ଦେବା ସହିତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି କୃଷି ଗବେଷଣା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ । ଆଇସିଏଆର୍‌-ସିଫାର ନିର୍ଦ୍ଦେଶକ ଡକ୍ଟର ପି.କେ ସାହୁ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସେ ୨୦୪୭ ସଂକଳ୍ପ ଏବଂ ବିଭିନ୍ନ ଗବେଷଣା କାର୍ଯ୍ୟକଳାପ ସମ୍ପର୍କରେ ଏକ ଉପସ୍ଥାପନା ଦେଇଥିଲେ । ପ୍ରତିଷ୍ଠାନର ୧୦୦ ଦିନିଆ କାର୍ଯ୍ୟ ଯୋଜନା ସମ୍ପର୍କରେ ମଧ୍ୟ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.