ସମ୍ବଲପୁର, (ନିରୋଜ କୁମାର ପାଣୀ) : ପିଲା ମାନେ ଗ୍ରୀଷ୍ମାବକାଶରେ କରିବା ପାଇଁ ଦିଆଯାଇଥିବା ଗୃହ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ପ୍ରତିଦିନ ନିଜେ ତଦାରଖ କରୁଛନ୍ତି ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ । ସେହି ଶୃଙ୍ଖଳାକୁ ବଜାୟ ରଖି ଗତକାଲି ସେ ଚୌରପୁର ଅନ୍ତର୍ଗତ ନୂଆ ଝାକରପାଲି ପହଂଚିଥିଲେ । ପିଲା ମାନେ କିପରି ଅବସର ସମୟର ସଦୁପଯୋଗ କରିବେ ପିତାମାତାଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ସିଆର୍ସିସି ରାଧେଶ୍ୟାମ ରଣା ମଧ୍ୟ ଉପସ୍ଥିତ ଥିଲେ । ଆଜି ଶ୍ରୀମତୀ ଭୋଇ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ସାହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରାଇପାଳି ଯାଇଥିଲେ । ସିଆର୍ସିସି ଶ୍ରୀମତୀ ସ୍ମୃତିରେଖା ରାଉଳ ମଧ୍ୟ ସହାୟତା କରିଥିଲେ । ପିଲାମାନଙ୍କ ପାଖରେ ପହଂଚି ସେମାନେ ଗୃହକାର୍ଯ୍ୟ କରିଥିବାର ଦେଖି ଶ୍ରୀମତୀ ଭୋଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଖରା ଛୁଟିରେ ଶିକ୍ଷକ ମାନଙ୍କର ଏହି ସ୍ୱତସ୍ପୁର୍ତ୍ତ ପରିଶ୍ରମ ପାଇଁ ଅଭିଭାବକ ମାନେ କୃତଜ୍ଞତା ଜ୍ଞ୍ୟାପନ କରିଥିଲେ ।