oom

କାଳ ବୈଶାଖୀରେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୧୯ ତାରିଖ ଦିନ ତାଣ୍ଡବ ଲୀଳା ରଚିଥିଲା କାଳ ବୈଶାଖୀ । ଗଛ ଗୁଡ଼ିକୁ ଉପାଡ଼ି ଘର ଉପରେ ଫୋପାଡ଼ି ଦେଇଥିଲା । ପ୍ରବଳ ବେଗରେ ପବନ ବହିବା ସହ ଜାମଖୁଣ୍ଟା ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଫଳରେ ହାଇସ୍କୁଲ ପରିସରରେ ଥିବା ଗଛଗୁଡିକ ଉପୁଡି ପାଚେରୀ ଉପରେ ପଡିଯାଇଥିବା ଯୋଗୁଁ ପାଚେରୀ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ତେବେ ଆଜି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କାଳ ବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହ କିପରି ଭାବେ ଖୁବ୍‌ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ହେବ, ସେନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜାମଖୁଣ୍ଟା ପଞ୍ଚାୟତ ସରପଞ୍ଚ ଉଦ୍ଧବ ବେହେରା, ଘାସି ସାହୁଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.