ବିଧାୟକ ଦୁର୍ଗା ତନ୍ତୀଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଲାଠିକଟା ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଳକ ସ୍ତରୀୟ ଜତରା-୨୦୨୬ ମହୋତ୍ସବରେ ଯୋଗଦେବା ପାଇଁ ଲାଠିକଟା ଅଞ୍ଚଳକୁ ଗସ୍ତରେ ଯାଇଥିବା ବେଳେ ଲାଠିକଟା ସ୍ଥିତ ସରକାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟରେ ଉପସ୍ଥିତି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ବିଦ୍ୟାଳୟ ପରିଚାଳନା ସମ୍ବନ୍ଧରେ ପଚାରି ବୁଝିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହ କଥା ବାର୍ତ୍ତା ହୋଇ ବିଦ୍ୟାଳୟରେ ହେଉଥିବା ପାଠପଢ଼ା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ । ସର୍ବଦା ସୁସ୍ଥ ରହିବା ପାଇଁ ନିତ୍ୟ ଶାରୀରିକ ବ୍ୟାୟମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜେ କେତେକ ବ୍ୟାୟାମ ଅଭ୍ୟାସ କରାଇଥିଲେ । ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହିତ ବିଜେପି ନେତା ଅମରେନ୍ଦ୍ରନାଥ ଶର୍ମା, ବାସୁ ସରଘରିଆ ପ୍ରମୂଖ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.