oom

ଜିଲ୍ଲାପାଳଙ୍କ ତବଲା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ

jsmm

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଶୁକ୍ରବାର ମାନେଶ୍ୱର ବ୍ଲକ ଅର୍ନ୍ତଗତ ତବଲା ପଞ୍ଚାୟତ ଗସ୍ତରେ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ ଓ ଯାଞ୍ଚ ପରେ ଜିଲ୍ଲାପାଳ ଦାସ ଆଦର୍ଶ ଲିଙ୍ଗରାଜ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ନିର୍ମାଣ କରାଯାଇଥିବା ରିଙ୍ଗ ୱେଲ, ପରମାଣପୁର ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା କରାଯାଉଥିବା ଚାନ୍ଦୁଆ କାମ, ପରମାଣପୁର ପିଏଚ୍‌ସିରେ ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ୫ଟି ଅଧିନସ୍ଥ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଇତ୍ୟାଦି ପରିଦର୍ଶନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଅଞ୍ଚଳ ପରିଦର୍ଶନ କରିଥିଲେ । ମହିଳା ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ଜିଲାପାଳ ଦାସ ପ୍ରଶାଂସା କରିବା ସହିତ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମାନେଶ୍ୱର ବିଡିଓ ସ୍ମରଣିକା ତୁଳ, ଭାଇସ ଚେୟାରମେନ, ସରପଞ୍ଚ ଓ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.