oom

ବିଧାୟକଙ୍କ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୋଇରାଶି ପଞ୍ଚାୟତର ବଡ଼ଚକଡ଼ା ଗ୍ରାମରେ ଏକ କୋଟି ବ୍ୟୟ ଅଟକଳରେ ନିର୍ମାଣାଧିନ ଗୋଶାଳା, କଲ୍ୟାଣ ମଣ୍ଡପ, ରୁରାଲ ପାର୍କ।ମଲାଡ଼ ପଞ୍ଚାୟତରେ କମ୍ପୋଷ୍ଟିଙ୍ଗ ୟୁନିଟ, କଲ୍ୟାଣ ମଣ୍ଡପ, ବହୁଦିନ ହେଲା ପଡି ରହିଥିବା ପାଣିବନ୍ଧ ଗ୍ରାମ ବଜାର ଗୃହ, ସନ୍ତୋଷପୁର ୟୁପି ସ୍କୁଲ, ହୁମ୍ମା ବିରଭଦ୍ର ହାଇସ୍କୁଲରେ ମୋସ୍କୁଲ ଓ ୫ଟି ନୂତନ ପଞ୍ଚାୟତ ବିଲଡିଂ, କଲ୍ୟାଣ ମଣ୍ଡପ, ପଞ୍ଚାୟତ ଲାଇବ୍ରେରୀ, ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ମାର୍ଟକ୍ଳାସ ରୁମ୍‌ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ବିଡ଼ିଓ ବିଶ୍ୱଜିତ ରାୟ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଗଞ୍ଜାମ ବ୍ଲକ ଯୁବନେତା ଅନ୍ତର୍ଯ୍ୟାମୀ ବେହେରା, ମଲାଡ଼ ସରପଞ୍ଚ ପ୍ରଭାତ ସେଠି ଗ୍ରାମ୍ୟ ସଭାପତି ଦୁର୍ଯ୍ୟୋଧନ ସାହୁ, ପୋଇରାଶି ପୂର୍ବତନ ସମିତି ସଭ୍ୟ ବନବାସୀ ଖୁଣ୍ଟିଆ, କନିଷ୍ଟ ଯନ୍ତ୍ରୀ, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ପିଆରଆଇ ମେମ୍ବର ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.