ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତର ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ସର୍ବ ପ୍ରଥମେ ମହଖଣ୍ଡ ବନଦୂର୍ଗା ହାଇସ୍କୁଲ ପହଞ୍ଚି ରୁପାନ୍ତରଣ କାର୍ଯ୍ୟ ସବୁ ତଦାରଖ କରିଥିଲେ । ଏହାପରେ କୁଇବାହାଲ ପଲ୍ଲୀ ବିକାଶ ପଞ୍ଚାୟତ ହାଇସ୍କୁଲ ପହଞ୍ଚି ସ୍କୁଲର ବିଭିନ୍ନ ସମସ୍ୟା ଗୁଡିକ ପଚାରିଥିଲେ । ୧୦ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ କୋଷିକ ମେହେର, ଚେୟାରମେନ୍, ସମିତି ବୃନ୍ଦଙ୍କ ଉପସ୍ଥିତି କ୍ରମେ ସ୍କୁଲର ସମସ୍ୟା ଗୁଡିକ ବୁଝିବା ସହ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାଲୁଜା ମତପ୍ରକାଶ କରିଥିଲେ ।

Leave A Reply

Your email address will not be published.