lika

ସ୍ୱାସ୍ଥ୍ୟମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଡାଇରିଆ ପ୍ରଭାବିତ ଅଞ୍ଚଳ ପରିଦର୍ଶନ

gbag

ରାୟଗଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଶନିବାର କାଶୀପୁର ବ୍ଲକର ଡାଇରିଆ ପ୍ରଭାବିତ ଗ୍ରାମଗୁଡ଼ିକ ଗସ୍ତ କରିଛନ୍ତି । ପ୍ରଥମେ ଟିକିରି ଉଷାପଡ଼ା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଥିବା ଡାକ୍ତର ରାଜେନ୍ଦ୍ର ମଣ୍ଡଳଙ୍କ ସହିତ ଆଲୋଚନା କରିବା ସହ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଡୁଡୁକାବାହାଲକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଗ୍ରାମରେ ୩ ଜଣ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହାପରେ ଟିକିରି ଝୁଡ଼ିଆ ସାହି ଗସ୍ତ କରି ଗାଁର ପରିମଳ ବ୍ୟବସ୍ଥା, ବିଶୋଧନ ଓ ପିଇବା ପାଣି ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । ପରେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ । ଏହାପରେ ଉତ୍କଳ ଆଲୁମିନା ଅତିଥି ଭବନକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ସିଡିଏମ୍‌ଓ ଡାକ୍ତର ଲାଲମୋହନ ରାଉତରାୟ, ଉପଜିଲ୍ଲାପାଳ ଭୀମସେନ ଶବର, କାଶୀପୁର ବିଡିଓ ଦେବାଶିଷ କର, ଡିପିଏମ ରାଜେଶ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିରକ୍ତ ୨୦ ଶଯ୍ୟା ବିଶିଷ୍ଟ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଆଉ ଏକ ଅତିରିକ୍ତ ୨୦ ଶଯ୍ୟା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାଇରିଆ ନିରାକରଣ ନିମନ୍ତେ ନିଆଯାଉଥିବା ପଦକ୍ଷେପ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ।

sandip
Leave A Reply

Your email address will not be published.