
ଭୁବନେଶ୍ୱର, (କେପିଏନ୍ଏସ୍) : କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସ ପରିସରରେ ଚାଲିଥିବା ୪୮ତମ ଆକ୍ଵାଟିକ ଚାମ୍ପିୟନସିପ୍ ଅବସରରେ ଗତକାଲି ସୁଇମିଂ ଫେଡେରେସନ ଅଫ ଇଣ୍ଡିଆର ପ୍ରତିନିଧି ମଣ୍ଡଳୀମାନେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ପରିଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରତିନିଧି ମଣ୍ଡଳୀମାନେ କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମାଣଧୀନ ନୂତନ ଆକ୍ଵାଟିକ କମ୍ପ୍ଲେକ୍ସ, ନିର୍ମାଣଧୀନ ଇନଡୋର ଆଥଲେଟିକ ଷ୍ଟାଡିୟମ, ଅବିନବ ବିନ୍ଦ୍ରା ଟାର୍ଗେଟିଙ୍ଗ ପର୍ଫର୍ମାନ୍ସ ସେଣ୍ଟର ଏବଂ କଳିଙ୍ଗ ହକି ଷ୍ଟାଡିୟମ ଆଦି ବୁଲି ଦେଖିଥିଲେ । ଏହି ଅବସରରେ ପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଖୁବ୍ କମ୍ ଦିନରେ ଓଡ଼ିଶାରେ ଯେଉଁଭଳି ଭାବେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ ହେଉଛି ତାହା ଆଗାମୀ ଦିନରେ ଅନେକ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ଙ୍କୁ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।